ଆରଜେଡି ବିଧାୟକ ଅନିଲଙ୍କୁ ଅଯୋଗ୍ୟ ଘୋଷଣା କଲା ଦଳ

Spread the love

ପାଟନା: ଆରଜେଡି ବିଧାୟକ ଅନିଲ କୁମାର ସହନୀଙ୍କୁ ଦିଲ୍ଲୀ ସିବିଆ କୋର୍ଟ ଠକେଇ, ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ପାର୍ଟିରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଶୁକ୍ରବାର ଦଳ ତରଫରୁ ବିଧାନସଭା ସଦସ୍ୟତା ପାଇଁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏନେଇ ବିହାର ବିଧାନସଭା ସଚିବ ପବନ କୁମାର ପାଣ୍ଡେୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ବିହାରର କୁଢନି ବିଧାନସଭାରୁ ସେ ପ୍ରତିନିଧିତ୍ବ କରୁଥିବା ଅନିଲ ସହନୀଙ୍କୁ ଅଗଷ୍ଟ ୨୯ରେ ସିବିଆଇ କୋର୍ଟ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛି। ୨୦୧୨ରେ ବିମାନ ଯାତ୍ରା ନ କରି ଏୟାର ଇଣ୍ଡିଆର ଜାଲି ଇଟିକେଟ ଜଳିଆରେ ଯାତ୍ରା ଭତ୍ତା ହାତେଇଥିବା ତାଙ୍କ ବିରୋଧରେ ଅଭିଯୋଗ ଥିଲା।

ଅନିଲ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିଲେ ଓ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଜେଡିୟୁ ସଦସ୍ୟଥିବା ବେଳେ ୨୩.୭୧ ଲକ୍ଷ ଟଙ୍କାର ଯାତ୍ରା ଭତ୍ତା ପାଇଁ ନକଲି ଦସ୍ତାବିଜ ଦେଇଥିଲେ।

କିଛି ମାସ ଭିତରେ ବିହାର ବିଧାନସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା ଆରଜେଡିର ଦ୍ବିତୀୟ ବିଧାୟକ ହେଉଛନ୍ତି ଅନିଲ।  ଏହା ପୂର୍ବରୁ ଜୁଲାଇ ମାସରେ ବିଧାୟକ ଅନନ୍ତ ସିଂହଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତାଙ୍କ ଘରୁ ବହୁ ହତିଆର ଓ ବିସ୍ଫୋଟକ ସାମଗ୍ରୀ ଜବତ ହେବା ପରେ ତାଙ୍କ ବିରୋଧରେ ମାମଲା ହୋଇଥିଲା।

ଫଳରେ ରାଜ୍ୟର ଶାସକ ମେଣ୍ଟର ବିଧାୟକ ସଂଖ୍ୟା ହ୍ରାସ ପାଇ ୭୮ରେ ପହଞ୍ଚିଛି, ଯାହା ବିଜେପିଠାରୁ ମାତ୍ର ଗୋଟିଏ ଅଙ୍କ ଅଧିକ ରହିଛି।   

Leave a Reply

Your email address will not be published. Required fields are marked *