ଆଉ ରାସ୍ତାରେ ଗଡିବନି ୧୫ ବର୍ଷ ପୁରୁଣା ଗାଡି!

Spread the love

ନୂଆଦିଲ୍ଲୀ: ଏପ୍ରିଲ ମାସରୁ ୧୫ ବର୍ଷ ପୂରା କରୁଥିବା ସମସ୍ତ ସରକାରୀ ଗାଡିସବୁର ପଞ୍ଜିକରଣ ସାର୍ଟିଫିକେଟ ବୈଧତା ଶେଷ ହେଉଥିଲେ ସେସବୁ ଆଉ ରାସ୍ତାରେ ଗଡିବ ନାହିଁ। ଏମିତି ନୂଆ ନିୟମ ଆଣିଛି କେନ୍ଦ୍ର ସରକାର। ଭେଇକିଲ ସ୍କ୍ରେପିଂ ପଲିସି ଅନ୍ତର୍ଗତ ଭାରତୀୟ ସଡକରୁ ପୁରୁଣା, ପ୍ରଦୂଷଣକାରୀ, କ୍ଷମତା ବିହୀନ, ବିପଦ ସୃଷ୍ଟିକାରୀ ପୁରୁଣା ଗାଡିସବୁକୁ  ହଟାଇବାକୁ ଏକ ପ୍ରୟାସ କରାଯାଇଥିବା ପରିବହନ ମନ୍ତ୍ରୀ ନିତିନ ଗଡକରି କହିଛନ୍ତି। ଏହି ପଲିସିର ଡ୍ରାଫ୍ଟ ବିଜ୍ଞପ୍ତି ନଭେମ୍ବର ମାସରେ ଜାରି କରାଯାଇଥିଲା।

କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ତଥା ସରକାରର କୌଣସି ପିଏସୟୁ, ନଗର ନିଗମ ବା ଅନ୍ୟ କୌଣସି ସଂସ୍ଥାର ଗାଡି ଯଦି ୧୫ ବର୍ଷ ବା ତାଠାରୁ ଅଧିକ ବର୍ଷର ହୋଇଥିବ, ସେହି ଗାଡିଗୁଡିକୁ ଏହି ନିୟମ ଅନ୍ତର୍ଗତ ରାସ୍ତାରେ ଗଡିବାରୁ ବାଦ ଦିଆଯିବ। ଏଥିସହ କୌଣସି ପୁରୁଣା ଗାଡିର ପଞ୍ଜିକରଣକୁ ରିନ୍ୟୁ କରାଯାଇଥିଲେ ମଧ୍ୟ ପ୍ରାରମ୍ଭ ୧୫ ବର୍ଷର ପଞ୍ଜିକରଣ ଅନୁଯାୟୀ ସାର୍ଟିଫିକେଟକୁ ରଦ୍ଦ କରାଯିବ।

ନୂତନ ଭେଇକିଲ ପଲିସିକୁ ସମ୍ପୂର୍ଣ୍ଣ ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାର ଏହାକୁ ସରକାରୀ କ୍ଷେତ୍ରରେ ଚାଲୁଥିବା ପୁରୁଣା ଗାଡିରେ ଲାଗୁ କରିବାକୁ ଯାଉଛି। ଏହି ପରି ଗାଡି ସଂଖ୍ୟା ସମଗ୍ର ଦେଶରେ ହଜାର ହଜାର ସଂଖ୍ୟାରେ ରହିଛି। ଭେଇକିଲ ସ୍କ୍ରେପିଂ ଅନୁଯାୟୀ ନିୟମ ଅନ୍ତର୍ଗତ ସେସବୁକୁ ରେଜିଷ୍ଟରଡ ବାଧ୍ୟତାମୂଳକ ଭାବେ ସ୍କ୍ରେପ କରାଯିବ।

ତେବେ ଏହି ନିୟମରୁ ସରକାର ଦ୍ବାରା ବିଶେଷ ଉଦ୍ଦେଶ୍ୟରେ ନିୟୋଜିତ ଗାଡିକୁ, ଯେମିତି ସଶସ୍ତ୍ର ଓ ବିଶେଷ ଯାନ, ଯାହା ଦେଶ ସୁରକ୍ଷାରେ ଓ ଆଇନ ଶୃଙ୍ଖଳା ତଥା ଅଭ୍ୟନ୍ତରିଣ ସୁରକ୍ଷାରେ ବ୍ୟବହୃତ ହେଉଛି, ସେସବୁକୁ ବାଦ ଦିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସମୟ କ୍ରମେ ଭେଇକିଲ ସ୍କ୍ରେପିଂ ପଲିସି ବିଶ୍ବବ୍ୟାପୀ ଗ୍ରହଣ ହେଉଛି।  ଏହା ମାଧ୍ୟମରେ ଅଟୋମୋବାଇଲ ଉତ୍ପାଦ କ୍ଷେତ୍ର ସହ ଏଥିସହ ଜଡିତ ଅନ୍ୟ କ୍ଷେତ୍ରର ଉତ୍ପାଦନ କ୍ଷେମତା ବୃଦ୍ଧି ପାଉଛି। ଏଥିସହ ନୂଆ ଓ ଅତ୍ୟାଧୁନିକ ଜ୍ଞାନ କୌଶଳର କାରର ବଜାର ଚାହିଦା ବୃଦ୍ଧି ପାଉଛି।

ଏପ୍ରିଲରୁ ଏହି ନିୟମକୁ ସରକାରୀ ଗାଡିରେ ଲାଗୁ କରାଯିବାକୁ ଥିବା ବେଳେ ଆସନ୍ତା ଜୁନ ମାସରୁ ସମସ୍ତ ବ୍ୟବସାୟିକ, ଘରୋଇ ଗାଡି କ୍ଷେତ୍ରରେ ଲାଗୁ କରାଯିବ।

Leave a Reply

Your email address will not be published. Required fields are marked *