ନବରଙ୍ଗପୁର: ଆସୁଛି ଦୀପାବଳୀ । ଓଡ଼ିଶାର ପୁରପଲ୍ଲୀରେ ପୂଜା ପାଇବେ ମାଁ କାଳୀ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମଧ୍ୟ ଓଡ଼ିଶା ପ୍ରସିଦ୍ଧ କାଳୀ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ମୂର୍ତ୍ତି କାରିଗର ୩୨ ଫୁଟ୍ ଉଚ୍ଚ ମୂର୍ତ୍ତି ତିଆରି ପାଇଁ ଲାଗି ପଡ଼ିଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ପୂଜା ମଣ୍ଡପରେ ମଞ୍ଚା ବାନ୍ଧି ମୂର୍ତ୍ତି ଗଢ଼ିବାରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । ୩୨ ଫୁଟର ମାଁ କାଳୀଙ୍କ ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି ୨୦ କାରିଗର । ୨୦ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ମୂର୍ତ୍ତି ତିଆରି କାମ । ଏହି ପୂଜା ପ୍ରସ୍ତୁତି ଚାଲିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ବଙ୍ଗୀୟ ଗ୍ରାମ U.V_52 ଗାଁରେ । ୧୦ ବର୍ଷ ଧରି ଏହି ଗ୍ରାମରେ ପୂଜା ପାଉଛନ୍ତି ମାଁ । ଏଥିପାଇଁ ଗାଁ ପୂଜା କମିଟି ତରଫରୁ କରାଯାଉଛି ବିଶେଷ ଆୟୋଜନ । ଏହି ପୂଜା ୧୦ ଦିନ ଧରି ଚାଲିବ । ମୂର୍ତ୍ତି ଗଢା କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ କେବଳ ରଙ୍ଗ କାମ ବାକି ରହିଥିବା କାରିଗର କହିଛନ୍ତି।
କରୋନା କାରଣରୁ ଗତ ଦୁଇ ବର୍ଷ ହେବ ମାଁଙ୍କ ପୂଜା ବନ୍ଦ ରହିଥିଲା । ତେଣୁ ଏବର୍ଷ ବେଶ ଧୁମ୍ ଧାମରେ ପୂଜା କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡାନ୍ସ କାର୍ଯ୍ୟକ୍ରମ ସହ ବେଙ୍ଗଲି ବାଉଲ ଗାନ୍ ଓ ବଙ୍ଗଳା ସାଂସ୍କୃତିକ ଚୈତାଳି ଗଣନାଟ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସହ ଜିଲ୍ଲା ବାହାରୁ ଏବଂ ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗରୁ ବହୁ ଭକ୍ତ ଏହି ପୂଜା ଦେଖିବାକୁ ଆସନ୍ତି । ଜଣ ଗହଳିକୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୂଜା କମିଟି ସଦସ୍ୟ ।
ଏହି ପୂଜାରେ ଗ୍ରାମର ମହିଳାଙ୍କ ବିଶେଷ ଭୂମିକା ରହିଥାଏ । ଏହି ବର୍ଷ ୨୦୧ ଜଣ ମହିଳା ଉପବାସ ଓ ବ୍ରତ ରଖି ପୂଜା କରିବେ ।
ସଞ୍ଜିତ କୁମାର ବିଶ୍ଵାସ ଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now