‘ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ’

ବୌବାହିକ ଦୁଷ୍କର୍ମ ଅପରାଧ ନୁହେଁ । ଅର୍ଥାତ ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ । ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ । ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ବୈବାହିକ ଦୁଷ୍କର୍ମ ଅପରାଧ ବୋଲି ଘୋଷଣା କରିବାକୁ ଦାବି ହେଉଥିବା ଆବେଦନକୁ ବିରୋଧ କରାଯାଇଛି । ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ । ଏହା ଏକ ଆଇନଗତ ପ୍ରସଙ୍ଗ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗ । ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡ଼ିବ । ଏଥିସହ ଏହା ପାଇଁ ବିକଳ୍ପ ଭାବରେ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ।

କେନ୍ଦ୍ରର କହିବା କଥା ଯେ ବୈବାହିକ ଦୁଷ୍କର୍ମ ଏମିତି ଏକ ପ୍ରସଙ୍ଗ ଯାହା ଉପରେ ନିଷ୍ପତ୍ତି ସମସ୍ତ ଅଂଶିଦାର କିମ୍ବା ସବୁ ରାଜ୍ୟର ସରକାରଙ୍କ ମତାମତ ବିନା ନିଆଯାଇ ପାରିବ ନାହିଁ।

ସତ୍ୟପାଠରେ କେନ୍ଦ୍ର ସରକାର ମାନିଛନ୍ତି ଯେ ବିବାହ ଜଣେ ମହିଳାଙ୍କ ନିଷ୍ପତ୍ତିରେ ଶେଷ ହୁଏନାହିଁ। ତେବେ ମହିଳାଙ୍କ ଇଚ୍ଛା ବିରୋଧରେ କାମ କରିବା ବା ନିୟମ ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ବିବାହ ଭିତରେ ମହିଳାଙ୍କ ଇଚ୍ଛା ବିରୋଧରେ କାମ କରିବା ଓ ବାହାଘର ବାହାରେ ମହିଳାଙ୍କ ବିରୋଧରେ କାର୍ଯ୍ୟ କରିବାର ଦଣ୍ଡ ଭିନ୍ନ ଭିନ୍ନ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *