ରଥଯାତ୍ରା ପାଇଁ ବରଗଡରୁ ପୁରୀ ଯିବ ରଥ କାଠ l ଏଥି ପାଇଁ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ l ଏହି ଟିମ୍ ପଦ୍ମପୁର ଜଙ୍ଗଲରେ ସର୍ଭେ କରିବା ସହ ରଥ କାଠ ପାଇଁ ଗଛ ଚିହ୍ନଟ କରିଛନ୍ତି l ଏହା ପୂର୍ବରୁ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରଗଡ଼ ଡଫୋଙ୍କୁ ଚିଠି କରାଯାଇଥିଲା ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି l ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ l ସେଥି ପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଆସିବ । ତେବେ ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ଠାରେ ରଥ ଯାତ୍ରା ପାଇଁ ନିର୍ମାଣ ରଥ ନିର୍ମାଣ ଅକ୍ଷୟ ତୃତୀୟରୁ ଅନୁକୂଳ ହେବାକୁ ଥିବା ବେଳେ ରଥ ଚକ ନିର୍ମାଣ ପାଇଁ ଫାସି ଗଛ ଅନୁସନ୍ଧାନରେ ଟିମ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅନୁସନ୍ଧାନ। ବରିଷ୍ଠ କେୟାର ଟେକର ସୁଦର୍ଶନ ମେକଫ, ସରକାର କର୍ମଚାରୀ ଅନାଦି ସ୍ୱାଇଁ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଏବଂ ଭୋଇ ସର୍ଦାର ରବି ଭୋଇ ଏହି କମିଟି ରେ ସାମିଲ ଥିବା ବେଳେ ବରଗଡ଼ ଡି. ଏଫ. ଓ ଏବଂ ପଦ୍ମପୁର ରେଞ୍ଜରଙ୍କ ସହ ଯାଇ ପଦ୍ମପୁର ଗାଇସିଲେଟ ରାସ୍ତା ବୁଡ଼ାମାଳ ଛକ ନିକଟରେ ୧୫ଟି ଫାସି ଗଛ ଚୟନ ହୋଇଥିବା ସୂଚନା ଦେଇଛନ୍ତି କମିଟି। ଏହି ଗଛ ଗୁଡ଼ିକୁ ଚିହ୍ନଟ କରିବା ସହ ଆଗାମୀ ୧୫ ଦିନ ଭିତରେ ଏହାକୁ ପୁରୀ ନିଆଯିବ ବୋଲି ବରଗଡ଼ ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now