ମାରିଦେଲା ପୁଲିସ। ତା ପରେ ବି ମୃତକଙ୍କ ପରିବାର ପ୍ରତି ସମବେଦନା କି ନିଜ ଆଚରଣ ନେଇ ଅନୁତପ୍ତ ବଦଳରେ ପାଲଟା ନାଲିଆଖି ଦେଖାଇଲା ପୁଲିସ। ଲଖିମପୁର ଖେରିରେ ପୁଲିସ କଷ୍ଟଡିରେ ମୃତ୍ୟୁବରଣ କରିଥିବା ଯୁବକର ପରିବାରକୁ ସାନ୍ତ୍ୱନା ଦେବା ବଦଳରେ ଧମକ ଦେଇଛନ୍ତି ଧୌରହରା ସର୍କଲ ଇନ୍ସପେକ୍ଟର ପି ପି ସିଂ। ହାଜତ ମୃତ୍ୟୁ ମାମଲାରେ ନା କୌଣସି ଅଧିକାରୀଙ୍କୁ ନିଲମ୍ୱନ କରାଯିବ ନା କୌଣସି ଆକ୍ସନ ହେବ। ଏପରିକି ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି। ଯାହା କରିବା କଥା କର। ଯେତେଦିନ ଚାହୁଁଛ, ସେତିକି ଦିନ ଶବ ନିଜ ପାଖରେ ରଖ କହି ଧମକ ଦେଇଛନ୍ତି ସିଓ।
ରାମଚନ୍ଦ୍ର ମୌର୍ଯ୍ୟଙ୍କୁ ପୁଲିସ ହାଜତରେ ପିଟି ମାରିଦେଲା ବୋଲି ଆରୋପ ଲଦିଥିଲେ ପରିବାରବର୍ଗ। ଶବ ରଖି ଧାରଣା ଦେଇଥିଲେ। ଦୋଷୀ ପୁଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ ପରିବାରବର୍ଗ। ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ସରକାରୀ ଚାକିରୀ, ମଝଗଇ ଓ ନିଘାସନ ଥାନାର ସମସ୍ତ ପୁଲିସ କର୍ମୀଙ୍କୁ ନିଲମ୍ୱନ ଓ ପରିବାର ଲୋକଙ୍କ ଉପରେ ପୁଲିସ କରିଥିବା ମାମଲା ପ୍ରତ୍ୟାହାର ଦାବି କରିଥିଲେ। ରାମଚନ୍ଦ୍ର କାଠ ଆଣିବାକୁ ଯାଇଥିଲେ। ପୁଲିସ କିନ୍ତୁ ତାଙ୍କୁ ଉଠାଇ ନେଇ ପିଟି ପିଟି ମାରିଦେଲା। ନ୍ୟାୟ ନ ମିଳିବା ଯାଏ ଶବର ଅନ୍ତିମ ସଂସ୍କାର ହେବନି ବୋଲି ଜିଦ୍ ଧରିଥିଲେ। କିନ୍ତୁ ପୁଲିସର କହିବା କଥା, ରେଡ୍ ବେଳେ ରାମଚନ୍ଦ୍ର ଦୌଡ଼ିଥିଲା। ଏଥିରେ ହୃଦଘାତରେ ରାମଚନ୍ଦ୍ରର ମୃତ୍ୟୁ ହେଲା। ରାମଚନ୍ଦ୍ର ଚୋରା ମଦ ବେପାରରେ ଲିପ୍ତ ଥିଲା। କିଛି ଦିନ ଆଗରୁ ରାମଚନ୍ଦ୍ର ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ଆକ୍ଚରେ ମାମଲା ବି ହୋଇଥିଲା। ଶବ ବ୍ୟବଛେଦ ଲାଗି ପରିବାର ପାଖରୁ ଶବକୁ ଜବରଦସ୍ତ ଛଡ଼ାଇନେବାକୁ ଉଦ୍ୟମ କରିଥିଲା ପୁଲିସ। ହାଜତରେ ପୁଲିସ ପିଟି ମାରିଦେବା ଖବର ପ୍ରଚାରିତ ମାତ୍ରେ ଜନତାଙ୍କ ଭିତରେ ଆକ୍ରୋଶ ବଢ଼ିଥିଲା। ଗାଁ ଲୋକେ ଟାକ୍ଟର ଓ ଟ୍ରଲି ନେଇ ହାଇଓ୍ୱେ ଜାମ୍ କରିଦେଇଥିଲେ। ଶବ ଗାଡିକୁ ରୋକିବାରୁ ପୁଲିସ ଲାଠି ଚାର୍ଜ କରିଥିଲା। ପୁରା ଗାଁ ଲୋକଙ୍କ ନାଁରେ ମାମଲା କରିବି ଓ ସମସ୍ତଙ୍କୁ ଜେଲରେ ଠୁଙ୍କିବି ବୋଲି ଧମକ ଦେଇଥିଲେ ଥାନା ଅଧିକାରୀ। ଟ୍ରାକ୍ଟରକୁ କବାଡ଼ିଆରେ ବିକିଦେବି। ଘଟଣାର ଯାଞ୍ଚ ହେବ ବୋଲି ପରିବାରକୁ ଆଶ୍ୱାସନା ଦେଇଛନ୍ତି ଏସପି। ଏହାକୁ ନେଇ ରାଜନୀତି ବି ଘମାସାନ ହୋଇଛି। ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ସହ ଦୋଷୀ ପୁଲିସ ବିରୁଦ୍ଧରେ ଆକ୍ସନ ଲାଗି ଦାବି କରିଛନ୍ତି ବିଭିନ୍ନ ଦଳର ନେତା। ଏଭଳି ସ୍ଥିତିରେ ଲଖିମପୁର ଏସପିଙ୍କ ବଦଳି କରିଛନ୍ତି ସରକାର। ସେପଟେ ରାମଚନ୍ଦ୍ରର ଶବ ବ୍ୟବଛେଦ ସମ୍ପନ୍ନ ହୋଇଛି। ଶବ ବ୍ୟବଛେଦ ରିପୋର୍ଟରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ସେଥିଲାଗି ଭିସେରାର ନମୂନା ଲ୍ୟାବକୁ ପଠାଯିବ। ଶବ ବ୍ୟବଛେଦ ରିପୋର୍ଟ ଅନୁସାରେ ରାମଚନ୍ଦ୍ରଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now