ପୁଣି ଚର୍ଚ୍ଚାରେ ବାଗେଶ୍ବର ଭାଇ , ନିଶାରେ ଚୁର୍ ହୋଇ ନାଚ କରୁଥିବା ଭିଡ଼ିଓ ଭାଇରାଲ

ବାଗେଶ୍ୱର ଧାମର ପୀଠାଧିଶ୍ୱର ତଥା ପ୍ରବଚକ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସାନ ଭାଇଙ୍କ କାରନାମା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ସାନ ଭାଇ ଶାଲିଗ୍ରାମ ଶାସ୍ତ୍ରୀ ନିଜର କିଛି ବନ୍ଧୁଙ୍କ ସହ ଯୌନ ଅଶ୍ଳୀଳତା ଆଚରଣ ପୂର୍ବକ ନିଶାରେ ଚୁର୍ ହୋଇ ନାଚ କରୁଥିବା ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଶାଲିଗ୍ରାମ ଓ ତାଙ୍କ ବନ୍ଧୁ ନାଚଗୀତରେ ମାତିଛନ୍ତି। ଏହି ଭିଡ଼ିଓ ପଦାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଧୀରେନ୍ଦ୍ରଙ୍କୁ ନେଇ ଅନେକ ଅଙ୍ଗୁଳି ଉଠିଛି। ଏ ଭିଡ଼ିଓ ଭାଇରାଲ ପରେ ଶାଲିଗ୍ରାମ ସଫେଇ ଦେଇଛନ୍ତି ଯେ, ଏମିତି କରିବା ତାଙ୍କର ଉଦେଶ୍ୟ ନଥିଲା। ଏହାକୁ ଭୁଲ୍ ଭାବେ ଚିତ୍ରଣ କରାଯାଇଛି। ଏହାକୁ ଲୋକେ ଅନ୍ୟଥା ନିଅନ୍ତୁନି। ଏ ସବୁ ଲାଗି ସନାତନ ହିନ୍ଦୁଙ୍କ ଆସ୍ଥା, ଛବି କି ବାଗେଶ୍ୱର ଧାମ ପ୍ରତି କୌଣସି ଆଞ୍ଚ ନ ଆସୁ। ସାଧୁସଂଥଙ୍କୁ କ୍ଷମା ମାଗିବା ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହାକୁ ଅଲଗା ଉପାୟରେ ଦର୍ଶାଗଲା।

ବାଗେଶ୍ୱର ଧାମର ୟୁଟ୍ୟୁବ୍ ପେଜରେ ଏହି ସଫେଇ ଅପଲୋଡ ହୋଇଛି।ଜୟଶ୍ରୀ ରାମ, ଜୟ ବାଗେଶ୍ୱର ଧାମ କହି ଏଭଳି ସଫେଇ ଓ ଅପିଲ କରୁଥିବା ଶାଲିଗ୍ରାମଙ୍କ କଥାକୁ କେହି ବିଶ୍ୱାସ କରିବେ କି। ଏହି ଭିଡ଼ିଓକୁ ଭୁଲ୍ ଉପାୟରେ ସେୟାର ନ କରିବାକୁ କହୁଛନ୍ତି ଶାଲିଗ୍ରାମ। ବଡ଼ କଥା ହେଲା, ଏମିତି ଅଶ୍ଳୀଳ ଭିଡ଼ିଓ ଓ ଅଶ୍ଲୀଳ ଆଚରଣ କରି ଏଣିକି ଧୀରେନ୍ଦ୍ରଙ୍କ ସହ ସମସ୍ତ ପାରିବାରିକ ସମ୍ପର୍କ ତୁଟାଇ ଦେଇଛି ବୋଲି କହିଥିଲେ ଶାଲିଗ୍ରାମ। ପୁଣି ତା ପର ଦିନ କିଛି ଅଲଗା କଥା କହି ଲୋକଙ୍କୁ ଭ୍ରମରେ ରଖିବାକୁ ଚେଷ୍ଟା କରିଛନ୍ତି। ଏହାକୁ ଛଦ୍ମବେଶୀ ଆଖ୍ୟା ଦେଇ କେଉଁ ମୁହଁରେ କହିପାରୁଛନ୍ତି ଶାଲିଗ୍ରାମ ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ନିନ୍ଦା କରିଛନ୍ତି। ହିନ୍ଦୁଙ୍କୁ ଯୋଡ଼ିବାକୁ କହୁଥିବା ଧୀରେନ୍ଦ୍ର ନିଜ ଘରକୁ ଯୋଡ଼ି ପାରୁନାହାନ୍ତି।

ଶାଲିଗ୍ରାମଙ୍କ ଏଭଳି ହରକତ କିଛି ନୂଆ ନୁହେଁ। ପୂର୍ବରୁ ବି କାହାକୁ ଗାଳିଗୁଲଜ, କାହାକୁ ମାଡପିଟ୍ ତ ଧମକ ଦେବାକୁ ଯାଇ ପୁଣି ଫାଙ୍କା ଗୁଳିଚାଳନା ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଶାଲିଗ୍ରାମ। ଏପ୍ରିଲ ୨୦୨୪ରେ ଛତରପୁର ଟୋଲଗେଟ୍ କର୍ମୀଙ୍କ ସହ ମାଡ଼ପିଟ୍ କରିଥିଲେ ଶାଲିଗ୍ରାମ। ଟୋଲ୍ ଫି ମାଗିବାରୁ ନିଜ ସହଯୋଗୀଙ୍କ ସହ ଆକ୍ରମଣ କରିବାରୁ ପୁଲିସ ଶାଲିଗ୍ରାମଙ୍କ ସମେତ ୧୦ଜଣଙ୍କ ବିରୁଦ୍ଧରେ ଏତଲା କରିଥିଲା। ମେ ୨୦୨୪ରେ ଗଢ଼ା ଗାଁରେ ଲେନଦେନକୁ ନେଇ ଦୁ଼୍ଇ ପକ୍ଷ ଭିତରେ ବିବାଦରୁ ଗୁଳିକାଣ୍ଡ ହୋଇଥିଲା। ଏଥିରେ ବି ମୁଖ୍ୟ ଅଭିଯୁକ୍ତ ଥିଲେ ଶାଲିଗ୍ରାମ। ପ୍ରାୟ ୫୦ଜଣଙ୍କୁ ସାଙ୍ଗରେ ଆଣି ଜିତୁ ତିଓ୍ୱାରୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।ତେବେ ଶାଲିଗ୍ରାମଙ୍କ ଏଭଳି ଆଚରଣ ନେଇ ଧୀରେନ୍ଦ୍ର ତାଙ୍କୁ ଦୂରେଇ ଦେଇଥିବା ଚର୍ଚ୍ଚା ବି ମିଡ଼ିଆରେ ଜୋରଦାର ଜାରି ରହିଛି। ଧୀରେନ୍ଦ୍ର ସ୍ପଷ୍ଟ କରିଥିଲେ, ଆଇନ ଅନୁସାରେ ଯିଏ ଦୋଷୀ, ଆକ୍ସନ ହେବା ଜରୁରୀ। ଶାଲିଗ୍ରାମଙ୍କ ଲାଗି ସନାତନ ହିନ୍ଦୁ, ବାଗେଶ୍ୱର ଧାମର ପବିତ୍ରତା ଯେମିତି ନଷ୍ଟ ହେବନି, ସେ ଦିଗରେ ଧୀରେନ୍ଦ୍ର କିଛି କଠୋର ନିଷ୍ପତ୍ତି ନେଇପାରନ୍ତି ବୋଲି ବି ସମାନ୍ତରାଳ ଚର୍ଚ୍ଚା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *