ସୋନମାର୍ଗରେ ଜେଡ୍- ମୋଡ୍ ଟନେଲର ହେଲା ଉଦଘାଟନ

ଯୋଗାଯୋଗର ନୂଆ ଯୁଗ। ସୋନମାର୍ଗରେ ଜେଡ୍- ମୋଡ୍ ଟନେଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଟନେଲ ଲାଗି ସୋନମାର୍ଗକୁ ଯାଉଥିବା ପର୍ଯ୍ୟଟକ ବେଶ୍ ଲାଭ ପାଇବେ। ବର୍ଷତମାମ ବିନା ବିଧାବିଘ୍ନରେ ଯାଇପାରିବେ। କଶ୍ମିରୀ-ଲଦାଖ ସଂଯୋଗୀକରଣକୁ ଏକ ନୂଆ ଉର୍ଜା ଦେଇଛି ଏହି ଟନେଲ। ଉଦଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ପ୍ରମୁଖ ସାମିଲ୍ ହୋଇଥିଲେ। ଏହି ଟନେଲ ଦ୍ୱାରା ଯାତାୟତ ସମୟ ୨ ଘଣ୍ଟାରୁ କମି ମାତ୍ର ୧୫ ମିନିଟ୍ ହୋଇଛି। ଏହି ଟନେଲରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ହଜାରରୁ ଅଧିକ ଗାଡ଼ି ଯାଇପାରିବ। ଏହି ଟନେଲରେ ଭେଣ୍ଟିଲେସନ ବ୍ୟବସ୍ଥା ଅଛି।

୨ହଜାର୭ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଟନେଲର ନିରୀକ୍ଷଣ କରିଥିଲେ। ନିର୍ମାଣରେ ଲାଗିଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ ଭାବବିନିମୟ ବି କରିଥିଲେ ମୋଦି। ଟନେଲ ନିର୍ମାଣ ବେଳେ ଆସିଥିବା ଆହ୍ୱାନ ଓ ଜଟିଳତା ବାବଦରେ ନିର୍ମାଣ ଟିମଠୁ ଅବଗତ ହୋଇଥିଲେ। ସାଢ଼େ ୬କିଲୋମିଟର ଲମ୍ୱ ତଥା ଡବଲ ଲେନ୍ ଏହି ଟନେଲ ଗାନ୍ଦରଓ୍ୱାଲ ଜିଲ୍ଲାର ଗଗନଗିର ଓ ସୋନମାର୍ଗ ଭିତରେ ତିଆରି ହୋଇଛି। ଏହି ଟନେଲରେ ଆପାତକାଳୀନ ସ୍ଥିତି ଲାଗି ସାଢ଼େ ୭ ମିଟର ଚଉଡ଼ାର ଏସ୍କେପ୍ ପ୍ୟାସେଜ୍ ବି ତିଆରି ହୋଇଛି। ସମୁଦ୍ରସ୍ତରରୁ ୮ହଜାର୬୫୦ ଫୁଟ୍ ଉପରେ ତିଆରି ଏହି ଟନେଲ ଶ୍ରୀନଗର ଓ ସାନମାର୍ଗ ଭିତରେ ସଂଯୋଗର ମୁଖ୍ୟ ଆଧାର ସାଜିଛି। ଭୂକମ୍ପ ଓ ହିମସ୍ଖଳନରୁ ରକ୍ଷା କରିବାରେ ସାହାଯ୍ୟ କରିବ ଏହି ଟନେଲ୍। ଏଣିକି

ବର୍ଷତମାମ ପର୍ଯ୍ୟଟକଙ୍କ ସମ୍ଭାରରୁ ସ୍ଥାନୀୟ ଲୋକେ ରୋଜଗାର ପାଇବେ। ଏହି ଟନେଲ ଜୋଜିଲା ଟନେଲ ସହ ମିଶି କଶ୍ମୀରି ଘାଟି ଓ ଲଦାଖ ଭିତରେ ଯାତ୍ରାକୁ ସୁଗମ କରିବ। ସୁରକ୍ଷା, ଆର୍ଥିକ ବିକାଶ ଓ ସାଂସ୍କୃତିକ ଏକତାରେ ବି ଏହାର ଉପାଦେୟତା ରହିବ। ଜେଡ୍ ମୋଡ୍ ଟନେଲ କାମ ମେ ,୨୦୧୫ରେ ଆରମ୍ଭ ହୋଇଥିଲା। ଏହାର କାମ ୨୦୨୬-୨୭ ଆର୍ଥିକ ବର୍ଷରେ ସରିବା କଥା। କିନ୍ତୁ ଆର୍ଥିକ ସଂକଟରୁ ୨୦୧୮ରେ ଏହାର କାମ୍ ବନ୍ଦ ଥିଲା। ୨୦୧୯ରେ ପୁଣି ଥରେ ପ୍ରକଳ୍ପର ଟେଣ୍ଡର କରି ଏହାକୁ ଏପିସିଓ ଇନଫ୍ରାଟେକ୍ କୁ ଦିଆଯାଇଥିଲା। ଜମ୍ମୁକଶ୍ମୀରର ଆର୍ଥିକ ଅବସ୍ଥାକୁ ଗତି ଓ ପର୍ଯ୍ୟଟନ ଭିତ୍ତିଭୂମିରେ ଏକ ମାଇଲଖୁଣ୍ଟ ଭାବେ ବିବେଚିତ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *