ଜାତୀୟ

ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଚେନ୍ନାଇଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

ମାନ୍ୟଗଣ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ନଗରୀ । ସେ ସେମାନଙ୍କୁ ୟୁନେସ୍କୋ ଦ୍ୱାରା ସ୍ୱୀକୃତ ବିଶ୍ୱ ଐତିହ୍ୟ ସ୍ଥଳୀ ମାମଲାପୁରମ ନିଶ୍ଚିତଭାବେ ଗସ୍ତ କରି ସେଠାକାର ପ୍ରେରଣାଦାୟୀ ପଥର ଖୋଦେଇ ଓ ତାହାର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଅନୁରୋଧ କରିଥିଲେ ।

ଦୁଇ ହଜାର ବର୍ଷ ତଳର ମହାନ୍ କବି ତିରୁଭାଲ୍ଲୁଭରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମୁଦ୍ର ମଧ୍ୟ ସଙ୍କୁଚିତ ହୋଇଯିବ ଯଦି ବାଦଲ ସବୁ ପାଣି ଶୋଷି ନିଏ, ଆଉ ଏହା ବର୍ଷା ରୂପରେ ତାକୁ ଫେରାଇ ଦିଏ ନାହିଁ ।” ପ୍ରକୃତି ଓ ଏହାର ଗତି ଭାରତର ନିୟମିତ ଶିକ୍ଷାର ଉତ୍ସ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଉ ଏକ ସଂସ୍କୃତ ଶ୍ଳୋକର ଅର୍ଥ ବୁଝାଇଥିଲେ । “ନଦୀ ତାହାର ଜଳ ପିଏ ନାହିଁ କି ଗଛ ତା’ର ଫଳ ଭକ୍ଷଣ କରେ ନାହିଁ । ମେଘ ମଧ୍ୟ ତାର ପାଣି ଦ୍ୱାରା ବଢିଥିବା ଶସ୍ୟ ଖାଏ ନାହିଁ ।” ପ୍ରକୃତି ଯେପରି ଆମକୁ ଦେଇଛି, ଆମେ ପ୍ରତିଦାନରେ ତାକୁ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ପ୍ରଧାନମନ୍ତ୍ରୀ । ମାଟି ମାଆର ସୁରକ୍ଷା ଓ ଯତ୍ନ ହେଉଛି ଆମର ମୌଳିକ ଦାୟିତ୍ୱ ଓ ଆଜି ଏହା ଜଳବାୟୁ କାର୍ଯ୍ୟାନୁଷ୍ଠାନ ରୂପ ନେଉଛି ଓ ଏହି କର୍ତ୍ତବ୍ୟକୁ ବହୁ ଦିନ ଧରି ଅନେକ ଅବଜ୍ଞା କରି ଆସୁଥିଲେ । ଭାରତୀୟ ପାରମ୍ପରିକ ଜ୍ଞାନ ଭିତ୍ତିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଳବାୟୁଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତଭାବେ ଅନ୍ତ୍ୟୋଦୟର ଅନୁସରଣ କରିବା ଉଚିତ । ଅନ୍ତ୍ୟୋଦୟର ଅର୍ଥ ହେଲା ସମାଜର ସବୁଠାରୁ ପଛରେ ଥିବା ବ୍ୟକ୍ତି ନିକଟରେ ମଧ୍ୟ ବିକାଶ ପହଞ୍ଚିବ । ଦକ୍ଷିଣ ଗୋଲାର୍ଦ୍ଧରେ ଦେଶ ସମୂହ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ଜାତିସଂଘ ଜଳବାୟୁ ଅଧିବେଶନର ଅଙ୍ଗୀକାରବଦ୍ଧତା ଓ ପ୍ୟାରିସ ରାଜିନାମା ଅନୁସାରେ ଦକ୍ଷିଣ ଗୋଲାର୍ଦ୍ଧର ବିକାଶମୂଳକ ଆକାଂକ୍ଷା ଏକ ଜଳବାୟୁ ଅନୁକୂଳ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଭାରତରେ ଉଚ୍ଚାଭିଳାଷୀ ଜାତୀୟ ନିର୍ଦ୍ଧାରିତ ଅବଦାନକୁ ନେଇ ଭାରତ ଯେପରି ଆଗେଇ ଚାଲିଛି ସେଥିନେଇ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଥିଲେ । ଅଣ ଜୀବାଶ୍ମ ଇନ୍ଧନରୁ ବିଦ୍ୟୁତ ଶକ୍ତି ପାଇଁ ଆମର ଯାହା ଲକ୍ଷ୍ୟ ଥିଲା ତାହା ୯ବର୍ଷ ପୂର୍ବରୁ ହାସଲ କରିସାରିଛୁ ଓ ବର୍ତ୍ତମାନ ତା’ଠାରୁ ଆହୁରି ବଡ ଲକ୍ଷ୍ୟ ହାସଲ ପାଇଁ ସ୍ଥିର କରିଛୁ । ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜି ଭାରତ ବିଶ୍ୱର ପାଞ୍ଚଟି ଦେଶ ମଧ୍ୟରେ ରହିଛି ଓ ଆମ ଦେଶ ୨୦୭୦ ସୁଦ୍ଧା ନେଟ ଜିରୋ ଲକ୍ଷ୍ୟ ହାସଲ କରିବ । ଭାରତ ଚୁକ୍ତି ଯଥା ଆନ୍ତର୍ଜାତିକ ସୌର ଚୁକ୍ତି, ସିଡିଆରଆଇ ଏବଂ ଶିଳ୍ପ ଅବସ୍ଥାନ୍ତର ଗ୍ରୁପ ନେତୃତ୍ୱ ଯୋଗୁଁ ଏହାର ଅଂଶୀଦାରଙ୍କ ସହ ସଂଯୋଗ ରକ୍ଷା କରୁଥିବାରୁ ମୋଦି ଆଶାବାଦୀ ଥିବା ପ୍ରକାଶ କରିଥିଲେ ।

“ଭାରତ ଏକ ବୃହତ-ବିବିଧତାର ଦେଶ” ବୋଲି କହି ପ୍ରଧାନମନ୍ତ୍ରୀ ଜୈବ ବିବିଧତା ସଂରକ୍ଷଣ, ନିରାପତ୍ତା, ପୁନରୁଦ୍ଧାର ଓ ସମୃଦ୍ଧି ଦେଇ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ନିଆ ଓ ଖଣି ଖାଦାନ ଯୋଗୁଁ ପ୍ରଭାବିତ ପ୍ରାକୃତିକ ଦୃଶ୍ୟ ରାଜିର ପୁନରୁଦ୍ଧାରକୁ ଗାନ୍ଧିନଗର ରୋଡ ମ୍ୟାପ ଓ ଫ୍ଲାଟଫର୍ମ ତ୍ୱରାନ୍ୱିତ କରିବାରେ ବୈଠକରେ ସ୍ୱୀକୃତି ଦିଆଯାଇଥିବାରୁ ସେ ଆନନ୍ଦ ପ୍ରକଟ କରିଥିଲେ । ସେ ନିକଟରେ ଆରମ୍ଭ କରାଯାଇଥିବା ଆନ୍ତର୍ଜାତିକ ରାମସାର ଚୁକ୍ତି ଯାହାକି ଧରିତ୍ରୀ ପୃଷ୍ଠରେ ସାତଟି ବିଗ କ୍ୟାଟକୁ ସୁରକ୍ଷା ଦେବା ନେଇ ଉଦ୍ଦିଷ୍ଟ ଓ ଏକ ଅଗ୍ରଣୀ ସଂରକ୍ଷଣ ପଦକ୍ଷେପ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ । ବ୍ୟାଘ୍ରପ୍ରକଳ୍ପ ଯୋଗୁଁ ଆଜି ବିଶ୍ୱର ଶତକଡା ୭୦ଭାଗ ବାଘ ଭାରତରେ ଅଛନ୍ତି ବୋଲି ମୋଦି ଜଣାଇଥିଲେ । ସିଂହ ଓ ଡଲଫିନ ପ୍ରକଳ୍ପ ନେଇ କାର୍ଯ୍ୟ ଚାଲିଥିବା ସେ କହିଥିଲେ ।

Related Articles

Leave a Reply

Your email address will not be published.

Back to top button