ମାଳବିହାରୀ ପୁର ଉଚ୍ଚ ବିଦ୍ୟାଳୟ ସଡ଼କ ଦୁର୍ଘଟଣା,୧୨ଛାତ୍ର ଛାତ୍ରୀ ଆହତ

ମାଳବିହାରୀ ପୁର ଉଚ୍ଚ ବିଦ୍ୟାଳୟ  ସଡ଼କ ଦୁର୍ଘଟଣା ରେ ଆହତ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ କଟକ ଏସିବି କାଜୁଆଲିଟି ଭର୍ତ୍ତି କରାଯାଇଛି । ୧୨ଜଣ ଛାତ୍ର ଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଛାତ୍ରଙ୍କର ଆଠଗଡ଼ ଡାକ୍ତର ଖାନାରେ ମୃତ୍ୟୁ ହୋଇଥିବା କହିଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ । ତେବେ  କଟକ ବଡ଼ ଡାକ୍ତର ଖାନରେ ଆହତ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମତେ ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସିପି ପ୍ରତୀକ ସିଂ ଭେଟିଛନ୍ତି । ଅନ୍ୟପଟେ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ନିଲମ୍ବିତ କରାଯିବା ସହ ଉକ୍ତ ଘଟଣା ର ପୁଙ୍କା ନୁ ପୁଙ୍ଖ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *