ଅପରାଧଓଡ଼ିଶା

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାକୁ ନେଇ ସସପେନ୍ସ

() ଲୋକପ୍ରିୟ ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି ‘ଡିଜେ ଆଜେକ୍ସ’  l ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ନାଁ ରେ ଅଭିଯୋଗ  ଆଣିଛନ୍ତି ପରିବାର ଲୋକ l ସେପଟେ ଅକ୍ଷୟଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ ।

ରାଜଧାନୀ ଖାରବେଳ ଗନର ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ଅକ୍ଷୟ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ଆଜେକ୍ସଙ୍କ ବାନ୍ଧବୀ  ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ଆଣିଛନ୍ତି ଅଭିଯୋଗ l ଶନିବାର ରାତିରେ ନିଜ ରୁମରେ ଆଜେକ୍ସଙ୍କୁ  ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକ l ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସବୁ ଭିତରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ସହ  ଆଜେକ୍ସଙ୍କ ଫଟୋ, ଭିଡିଓ ଏବଂ ଚାଟ। ଉକ୍ତ ଯୁବତୀଙ୍କ ସହ ଦେଢ଼ ବର୍ଷ ହେବ ଆଜେକ୍ସଙ୍କ ସମ୍ପର୍କ ଥିଲା l ତଥାପି  ନିଜ କଲେଜର ଆଉ ଜଣେ ପୁଅଙ୍କ ସହ ବଢୁଥିବା ବନ୍ଧୁତ୍ୱକୁ ନେଇ ଚିନ୍ତାରେ ଥିଲେ ଆଜେକ୍ସ l ଯୁବତୀ ଜଣକ କୌଣସି  ଫଟୋ ଭିଡିଓ  ଭାଇରଲର ଧମକ ଦେବାରୁ ଲୋକଲଜ୍ଜ୍ୟା ଭୟରେ ଏପରି କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆଜେକ୍ସଙ୍କ ବନ୍ଧୁ ଏବଂ ବାପା l

ଅନ୍ୟପଟେ ଖାରବେଳ ନଗର ଥାନାରେ ଆଜେକ୍ସଙ୍କ ମା ରୁଜୁ କରିଥିବା ମାମଲା ଆଧାରରେ ତଦନ୍ତ କରୁଛି  ପୋଲିସ l ଆଜେକ୍ସ ଙ୍କ ସହ  ଜଡିତ  ସମସ୍ତ ଦିଗ କୁ ଦୃଷ୍ଟିରେ ରଖି ଅନୁସନ୍ଧାନ  କରାଯିବ l ତଦନ୍ତ  ଚାଲିଛି  ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିଵା ପରେ ଘଟଣା ର ଅନୁରୂପ ତଦନ୍ତ  ହେବ ବୋଲି କହିଛନ୍ତି  ଜୋନ-1 ଏସିପି।

ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଏବଂ ବନ୍ଧୁ l

ସ୍ୱରୂପା ମହାପାତ୍ରଙ୍କ ସହ ଅକ୍ଷୟଙ୍କ ମହାରଣାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button