ଜୁଲାଇ ୧ ରୁ ୩ ନୂଆ ଅପରାଧିକ ଆଇନ ଲାଗୁ

Spread the love

ଜୁଲାଇ ୧ରୁ ଦେଶରେ ଆଇନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୧୮୬୦ ମସିହାର ବ୍ରିଟିସ ଆଇନ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ଫୌଜଦାରୀ ଆଇନ, ୧୯୭୩ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡେନ୍ସ ଆଇନ,୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ ।

ପୁଲିସ ଓ ତଦନ୍ତ ବ୍ୟବସ୍ଥାକୁ ଆଧୁନିକ ଯୁଗକୁ ଆଣିବାରେ ସହାୟକ ହେବ ଏହି ନୂଆ ଆଇନ । ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକଙ୍କ ସମ୍ବିଧାନ ପ୍ରଦତ୍ତ ସମସ୍ତ ଅଧିକାର ସୁରକ୍ଷା। ଲୋକଙ୍କୁ ଦଣ୍ଡ ନୁହେଁ, ନ୍ୟାୟ ପ୍ରଦାନ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଅଧୁନା ଯୁଗ ସହିତ ତାଳ ଦେଇ ଏହି ୩ ନୂଆ ଆଇନ ପ୍ରଣୟନ କରାଯାଇଛି। ନୂଆ ଆଇନ ସମାଜର ଗରିବ, ଅବହେଳିତ ଓ ସମ୍ବେଦନଶୀଳ ବର୍ଗଙ୍କୁ ଅଧିକ ସୁରକ୍ଷା ଦେବ ବୋଲି ଆଇନଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନୂଆ ଅପରାଧିକ ଆଇନରେ ତଦନ୍ତ ଟ୍ରାଏଲ ଓ କୋର୍ଟ ପ୍ରକ୍ରିୟାରେ ଟେକନୋଲୋଜି ଉପରେ ଗୁରୁତ୍ବ ଦିଆଯାଇଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବର୍ତ୍ତମାନର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ ଆପ୍ଲିକେସନରେ ୨୩ଟି କାର୍ଯ୍ୟକାରୀ ସଂଶୋଧନ କରିଛି । ଏହି ନୂତନ ବ୍ୟବସ୍ଥା ଅବାଧ ପରିବର୍ତ୍ତନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ବୈଶୟିକ ସହାୟତା ମଧ୍ୟ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *