ବନ୍ୟାକୁ ନେଇ  ଆରୋପ ପ୍ରତ୍ୟାରୋପ ରାଜନୀତି

Spread the love

ବନ୍ୟାରେ ଉବୁଟୁବୁ ନଦୀକୂଳିଆ ଅଞ୍ଚଳ। ବନ୍ୟାକୁ ମୁକାବିଲା କରିବାକୁ ସରକାର କେବଳ ବୈଠକ, ନିର୍ଦେଶ, ନୋଟିସ ଓ ସମୀକ୍ଷାରେ ନିଜକୁ ସୀମିତ ରଖିଦେଇଛନ୍ତି। ବନ୍ୟାକୁ ୩ରୁ ୪ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ନଥିବା ବିରୋଧି ଅଭିଯୋଗ କରିଥିବା ବେଳେ ଏହାର ଜବାବ ରଖିଛି ବେଜେଡ଼ି ।

ପାଣି ଘେରରେ ଲୋକେ । ଗ୍ରାଉଣ୍ଡରେ ବିଜେପି । ସେପଟେ ବନ୍ୟା ସ୍ଥିତି ସମିକ୍ଷା ପାଇଁ କଂଗ୍ରେସ ଗଢିଲା କମିଟି । ଆଗକୁ ଲଘୁଚାପ ବଢାଇପାରେ ଦୁର୍ଦ୍ଦଶା । ଏ ସମୟରେ କିଏ ଲୋକଙ୍କ ପାଇଁ କାମ କରୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ରାଜନୀତି। ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିୂବାରେ ବିଫଳ ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ବିରୋଧି  । ରାଜ୍ୟ ସରକାର ବନ୍ୟା ପରିଚାଳନା ବିଫଳ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ବିଜେପିର ୩ଟି ଟିମ୍‌ ପୁରୀ, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବାଙ୍କି ଅଞ୍ଚଳ ଗସ୍ତ କରିଛନ୍ତି । ଗ୍ରାଉଣ୍ଡରେ ଲୋକଙ୍କ ସ୍ଥିତି ପରଖିଛନ୍ତି । ଏହାସହ ସରକାର ଏଯାଏଁ  ଲୋକଙ୍କ ପାଖରେ ମୈଳିକ ସୁବିଧା ସୁଯୋଗ ପହଞ୍ଚାଇ ପାରି ନଥିବା ଅଭିଯୋଗ କରିଛି ଦଳ । ସେପଟେ କଂଗ୍ରେସ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଛି ।

ସେପଟେ  ବିଜେଡ଼ିର ସ୍ଥାନୀୟ ବିଧାୟକମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ଲାଗିପଡ଼ିଛନ୍ତି । ଖୋର୍ଦ୍ଧାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସ୍ଥାନୀୟ ବିଧାୟକ ଯାଇ ସ୍ଥତିର ସମିକ୍ଷା କରିଛନ୍ତି । ଏପଟେ ବିରୋଧି ବନ୍ୟାକୁ ନେଇ ରାଜନିତୀ ନ କରିବାକୁ କହିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୱାର୍ଡ ମେମ୍ୱରଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କ ପାଖରେ ଥିବା କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ।

ତେବେ ବନ୍ୟା ପରି ପ୍ରକୃତିକ ବିପତ୍ତି ସମୟରେ ରାଜନିତୀ ପାରା ମିଟର ମଧ୍ୟ ବଢିବାରେ ଲାଗିଛି । ହେଲେ ଏହି ସମୟରେ ବିପନ୍ନଙ୍କ ପାଖରେ କିଏ ଓ କେତେ ସହାୟତା ପହଞ୍ଚାଉଛି ତାହା ତ ସମୟ କହିବ ।

Leave a Reply

Your email address will not be published. Required fields are marked *