ଯାଜପୁରରେ ଚିହ୍ନଟ ହେଲା ୧୬ଟି କଲେରା ପଜିଟିଭ

ଯାଜପୁର ରେ ଝାଡାବାନ୍ତି କମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ନୂଆ ଆକ୍ରାନ୍ତ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି । ଆଜି ଯାଜପୁର ରୋଡ଼ ମେଡିକାଲ୍ ରେ ନୂଆ ୪ ଜଣ ଆକ୍ରାନ୍ତ ଆଡମିସନ ହୋଇଥିବାବେଳେ ବର୍ତ୍ତମାନ ୧୭ଜଣ ଚିକିତ୍ସାଧିନ ଅଛନ୍ତି ।ସୁସ୍ଥ ହୋଇ ଘରକୁ ଯାଉଥିଲେ ମଧ୍ୟ ପୁର୍ନବାର ଆସି ଆଡ଼ମିଶନ ହେଉଛନ୍ତି ।ବ୍ୟାସନଗର ଅଞ୍ଚଳ ର ଜଣେ ମହିଳା ୪ ଦିନ ତଳେ ସୁସ୍ଥ ହୋଇ ଘରକୁ ଯାଇଥିଲେ ମଧ୍ୟ ପୁନର୍ବାର ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ଗତକାଲି ସନ୍ଧ୍ୟା ରେ ଯାଜପୁର ରୋଡ଼ ମେଡିକାଲ ରେ ଭର୍ତ୍ତି ହୋଇଥିଲେ।ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଓ ଜଣେ ଶିଶୁ ର ମଧ୍ୟ ଯାଜପୁର ରୋଡ଼ ମେଡିକାଲ ରେ ଗତକାଲି ଝାଡ଼ାବାନ୍ତି ରେ ମୃତ୍ୟୁ ଘଟିଛି। ମୋଟ ୨ଜଣ ଙ୍କ  ର ଗତକାଲି ମୃତ୍ୟୁ ହୋଇଛି ସେହିଭଳି ଦାନଗଦି ମେଡିକାଲ ରେ ଆଜି ୮ ଓ ସୁକିନ୍ଦା ମେଡିକାଲ ରେ ଜଣ ଚିକିତ୍ସିତ ହେଉଛନ୍ତି।ତେଣୁ ପରିସ୍ଥିତି ଏବେ ଗମ୍ଭୀର ରହିଥିବା ଜଣାପଡିଛି ।

ଯାଜପୁରରେ ଚିହ୍ନଟ ହେଲା ୧୬ ଟି କଲେରା ପଜିଟିଭ । ୪୯ ନମୁନାରୁ ୩୭ ଟି ଟେଷ୍ଟ ହୋଇଥିଲା ୧୬ ଟି କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ଦେଲେ ଯାଜପୁର ସିଡିଏମଓ । ଅନ୍ୟପଟେ ଯାଜପୁର ଜିଲ୍ଲାରେ ଆଉ ଜଣେ ଆକ୍ରାନ୍ତଙ୍କ ଡାଇରିଆରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ଯାଜପୁର ରୋଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ଚୁନଭାଟି ପ୍ଲଟ ଅଞ୍ଚଳର ପୂଜା ସମାଜ। ଏବେବି ଜିଲ୍ଲାର ବିଭିନ୍ନ ମେଡ଼ିକାଲରେ ମୋଟ ୧୯୬ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ସଚେତନ କରାଯିବା ସହ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ବିଭିନ୍ନ ହୋଟେଲ ଜଳଖିଆ ଦୋକାନରେ ମଧ୍ୟ ପୋୖର ପ୍ରଶାସନ, ଫୁଡ ସେଫଟି ପକ୍ଷରୁ ଚଢ଼ାଉ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *