ଟ୍ରକ ଧକ୍କାରେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

Spread the love

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ତହସିଲ ଅଫିସ ଛକ ନିକଟରେ ଟ୍ରକ ଧକ୍କାରେ ଅବସର ପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ସାହୁ  । ସୂଚନା ଯୋଗ୍ୟ ଯେ ଅନୁଗୋଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥରେ ଛେଣ୍ଡିପଦାର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ସାହୁ ସବୁଦିନ ପରି ସାଇକେଲରେ ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଗୋଡ଼ରେ ଟ୍ରକ ଚଢିଯାଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ମାନେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିଲେ । ସେଠାରୁ ଚିକିତ୍ସା ପାଇଁ କଟକ ନେଇ ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *