ରାଜନୀତି

ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧି : କଂଗ୍ରେସ ସମେତ ବିରୋଧି ଦଳର ସଂଗଠନ ଇଣ୍ଡିଆର ସଦସ୍ୟ ମାନେ ସ୍ଵାଗତ କଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ଫେରିପାଇବା ପରେ ସୋମବାର ସଂସଦ ଭବନରେ ପହଞ୍ଚିଥିଲେ । କଂଗ୍ରେସ ସମେତ ବିରୋଧି ଦଳର ସଂଗଠନ ଇଣ୍ଡିଆର ସଦସ୍ୟ ମାନେ ସେଠାରେ ତାଙ୍କୁ ସ୍ଵାଗତ କରିଥିଲେ । ରାହୁଲ ସଂସଦରେ ପହଞ୍ଚି ପ୍ରଥମେ ଏହାର ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିକୁ ପ୍ରଣାମ କରିବା ସହ ଆର୍ଶିବାଦ ନେଇଥିଲେ । ଏହାପରେ ସେ କାର୍ଯ୍ୟବାହୀରେ ସାମିଲ୍ ହେବା ନିମନ୍ତେ ଲୋକସଭାରେ ପହଞ୍ଚିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଜା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ ସେ ଆଜି ତାଙ୍କର ଲୋକସଭା ସଦସ୍ୟତା ଫେରିପାଇଥିଲେ । ନିମ୍ନ ଅଦାଲତରେ ମୋଦୀ ସାଙ୍ଗିଆ ମାନହାନି ମାମଲାରେ ତାଙ୍କୁ ୨ ବର୍ଷ ସଜା ମିଳିବା ପରେ ଜନପ୍ରତିନିଧି ଆଇନ ଅନୁଯାୟୀ ଗତ ମାର୍ଚ୍ଚ ମାସରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ଏହାପରେ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡିଥିଲା । ଲୋକସଭା ସଚ୍ଚିବାଳୟ ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ରାହୁଲଙ୍କ ସଦସ୍ୟତା ଅପରିବର୍ତିତ ରହିବା ନେଇ ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button