Angul

ଅନୁଗୋଳ ଜିଲ୍ଲା ସାତକୋଶିଆ ରେ ପହଞ୍ଚିଲେ ମହାନଦୀ ଟ୍ରିବୁନାଲ

ଅନୁଗୋଳ : ଅନୁଗୋଳ ଜିଲ୍ଲାର ସାତକୋଶିଆ ଭିତର ଦେଇ ଯାଇଥିବା ମହାନଦୀ ର ସ୍ଥିତି ପରଖିବା ପାଇଁ ଆସି ଫେରି ଛନ୍ତି ମହାନଦୀ ଜଳ ବିବାଦ ପାଇଁ ଗଠିତ ହୋଇଥିବା  ଟ୍ରିବୁନାଲ । ଏହି ଟ୍ରିବୁନାଲରେ ମୋଟ 33 ଜଣ ସଦସ୍ୟ ଆସି ମହାନଦୀର ସ୍ଥିତି ପରଖିଛନ୍ତି । ଗଠିତ ହୋଇଥିବା ଦୁଇଟି ଟିମ ମଧ୍ୟରୁ ଗୋଟିଏ ଟିମ ଆକାଶ ମାର୍ଗରେ ଏବଂ ଅନ୍ୟ ଏକ ଟିମ ରାସ୍ତା ରେ ଆସିଛନ୍ତି । ଏଥିପାଇଁ ଏକ ସ୍ଵତନ୍ତ୍ର ହେଲିପ୍ୟାଡ ନିର୍ମାଣ ହୋଇଛି । ଟିମ ମହାନଦୀ ଗଣ୍ଡରେ ବୁଲି  ସ୍ଥିତି ଅନୁଧ୍ୟାନ କରି ଜଳ ସେଚନର କଣ ଭିତ୍ତିଭୂମି ରହିଛି ତାହା ମଧ୍ୟ ବୁଲି ଦେଖିଛନ୍ତି । ପରେ ଟିମ ରାମସାର ସାଇଟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ  ଜିଲ୍ଲା ପ୍ରଶାସନ, ଜଳ ସଂପଦ ବିଭାଗ ଏବଂ ବନ ବିଭାଗ ଉପସ୍ଥିତ ରହିଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button