ରନ୍ଧନ ଗ୍ୟାସ ବୃଦ୍ଧିକୁ ନେଇ ରାଜନୀତି

() ଏଲପିଜି ଗ୍ୟାସ ଦରବୃଦ୍ଧିକୁ ନେଇ ତେଜିଛି ରାଜନୀତି । ଲଗାତାର ଭାବେ ବୃଦ୍ଧିପାଉଥିବା ରନ୍ଧନ ଗ୍ୟାସ ଦର ଖାଉଟିଙ୍କ ମୁଣ୍ଡରେ ଚଡକ ପକାଇଛି ବୋଲି ଅଭିଯୋଗ କରିଛି ବିଜେଡି । ସେହିପରି କଂଗ୍ରେସ କହିଛି କୁଆଡେ ଗଲା ମୋଦି ସରକାରଙ୍କ ଅଚ୍ଛେ ଦିନ । ସେପଟେ ଏହାର ଜବାବରେ ବିଜେପି କହିଛି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଗ୍ୟାସ ଦର ବଢୁଥିବାରୁ ଦେଶରେ ମଧ୍ୟ ଦର ବୃଦ୍ଧି ଘଟୁଛି । ଯାହାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଚେଷ୍ଟିତ। ବିଜେଡି ଏହାକୁ ନେଇ ଶୁଖିଲା ରାଜନୀତି ନକରୁ ।

ରନ୍ଧନ ଗ୍ୟାସ ବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବାରମ୍ବାର ବଢୁଥିବା  ଏଲପିଜି ଦାମ ସାଧାରଣ ଜନତାଙ୍କୁ ଅତିଷ୍ଠ କଲାଣି କହି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ ବିଜେପି ଦରବୃଦ୍ଧିକୁ ନେଇ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି ଦଳ । ଦଳର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି  ଯେ, 2014ରେ ବିଜେପି ସରକାର ଆସିବା ସମୟରେ ଯେଉଁ ପ୍ରତିଶ୍ରୃତି ଦେଇଥିଲା ତାହା ପ୍ରତାରଣା ସାଜିଛି । ଯେଉଁ ଉଜ୍ଜ୍ୱଳା ଯୋଜନା ମୋଦି ସରକାରଙ୍କ ଛବିକୁ ଚମକାଇଥିଲା ତାହା ଆଜି ଲୋକଙ୍କ ପାଇଁ କାଳ ହୋଇଛି । ବିଗତ ୮ବର୍ଷ ଭିତରେ ୪୧୦ରୁ ବଢି ସିଲିଣ୍ଡର ଦର ତିନି ଗୁଣା ବଢି  ୧୧୩୦ରେ ପହଁଚିଲାଣି । ଯେଉଁ ମା ମାଉସୀଙ୍କ ଆଖିର ଲୁହ ଦେଖିପାରୁନଥିଲେ ବୋଲି ଘରେ ଘରେ ଗ୍ୟାସ ଚୁଲା ପହଁଚାଇଥିଲେ, ଆଜି ଦର ବଢାଇବା ପରେ ସେମାନଙ୍କ ସ୍ଥିତି ସମଦଶା । ଅନ୍ୟପଟେ କଂଗ୍ରେସ କହିଛି କୁଆଡେ ଗଲା ଅଚ୍ଛେ ଦିନ । ଯାହାର ଜବାବରେ ବିଜେପି କହିଛି ଅନ୍ତରାଷ୍ଟ୍ରୀୟ ବଜାରରେ ଗ୍ୟାସ ଦର ବଢୁଥିବାରୁ ଦେଶରେ ମଧ୍ୟ ଦର ବୃଦ୍ଧି ଘଟୁଛି । ଯାହାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଚେଷ୍ଟିତ। ବିଜେଡି ଏହାକୁ ନେଇ ଶୁଖିଲା ରାଜନୀତି କରୁଛି ବୋଲି ଦଳ ଅଭିଯୋଗ କରିଛି।

ସେପଟେ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟର ପ୍ରମୁଖ ସ୍ଥାନ ମାନଙ୍କରେ ଗଣବିକ୍ଷୋଭ କରିଛି ଏସୟୁସିଆଇ। କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି ବୋଲି କହିଛନ୍ତି ଏସ୍‌ୟୁସିଆଇ ସଦସ୍ୟ।

ତେବେ ଘରୋଇ ବ୍ୟବହାରକାରୀ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ଏବଂ ବ୍ୟବସାୟିକ ବ୍ୟବହାର ଗ୍ୟାସ ସିଲିଣ୍ଡର ପିଛା ୩୫୦ ଟଙ୍କା ୫୦ପଇସା ବୃଦ୍ଧି ପାଇଛି ।

କଟକରୁ ଚିତ୍ତରଞ୍ଜନ ସାମନ୍ତରାୟଙ୍କ ସହ ଭୁବନେଶ୍ବରରୁ ନବକିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *