ଲୋକସଭାରେ ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନ ବିଲ୍ ପାରିତ

ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଉ। ଏ ସମ୍ପର୍କିତ ବିଲ୍ ଲୋକସଭାରେ ଆଗତ ହୋଇଛି। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ୍ ଏହାକୁ ଆଗତ କରିଛନ୍ତି। ତେବେ ଏହି ବିଲକୁ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କରିଥିଲେ ବିରୋଧୀ ଦଳ। ଏହା ଏକଛତ୍ରବାଦର ପ୍ରତୀକ ବୋଲି ଅଭିହିତ କରିଥିଲେ। ସମ୍ୱିଧାନର ମୂଳ ତତ୍ତ୍ୱକୁ ଏହା ଆଘାତ କରୁଛି। ଏହା ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ସଦୃଶ। ଏହା ଅସାମ୍ୱିଧାନିକ। ଏହି ବିଧେୟକ ଦେଶର ସମସ୍ତ ଆଞ୍ଚଳିକ ଦଳକୁ ସମାପ୍ତ କରିବାକୁ ଷଡ଼ଯନ୍ତ୍ରର ପ୍ଲଟ୍। କେବଳ ଜଣେ ସର୍ବୋଚ୍ଚ ନେତାଙ୍କ ଅହଙ୍କାର ପାଇଁ ଏହାକୁ ସଂସଦରେ ଆଗତ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଭିନ୍ନ ରହିଥାଏ। ରାଜ୍ୟ ବିଧାନସଭା କେନ୍ଦ୍ରର ଅଧୀନରେ ନାହିଁ। ଏହାକୁ ଏକାଠି କରିବା ଉଚିତ ନୁହେଁ। କଂଗ୍ରେସ, ଟିଏମସି, ଡିଏମକେ,ସପା, ଆରଜେଡି, ଏଆଇଏମଆଇଏମ, ସିପିଆଇଏମ, ଏନସିପି ପ୍ରମୁଖ ଦଳ ଏହାର କଡ଼ା ବିରୋଧ କରିଥିଲେ। ଏଭଳି ବିଲ୍ ବଳରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା କ୍ଷମତାକୁ ବଢ଼ାଇ ଦିଆଯାଇଛି। କେବଳ ମନ୍ତ୍ରିମଣ୍ଡଳର ସୁପାରିଶ ରାଷ୍ଟ୍ରପତି ଆଗରୁ ଗ୍ରହଣ କରୁଥିଲେ। କିନ୍ତୁ ଏଣିକି ନିର୍ବାଚନ କମିଶନଙ୍କ ସୁପାରିଶକୁ ବି ରାଷ୍ଟ୍ରପତି ଗ୍ରହଣ କରିବେ ବୋଲି ଯେଉଁ ଅଖଣ୍ଡ କ୍ଷମତା ଦିଆଯାଇଛି, ତାହା ବେଆଇନ ଓ ଅସାମ୍ୱିଧାନିକ। ନିର୍ବାଚନ କମିଶନ କେମିତି କାମ କରେ ସମସ୍ତେ ଜାଣନ୍ତି ବୋଲି ବିରୋଧୀ ଅଙ୍ଗୁଳି ଉଠାଇଛନ୍ତି। ଯଦି ଗୋଟିଏ ରାଜ୍ୟରେ ସରକାର ଭାଙ୍ଗିଯାଏ, ତା ହେଲେ ପୁରା ଦେଶରେ ଏକାସାଙ୍ଗରେ କେମିତି ହେବ ନିର୍ବାଚନ। ପାଣିପାଗ ଦେଖି ତାରିଖ ବଦଳାଉଥିବା ବିଜେପିର ଚକ୍ରାନ୍ତ ବାରି ହୋଇପଡ଼ୁଛି।

ସେପଟେ ବିଲ୍‌କୁ ସମର୍ଥନ କରିଛି ଟିଡିପି, ଜେଡିୟୁ, ଶିବସେନା ପ୍ରମୁଖ ଦଳ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ବି ଇଛା ପ୍ରକାଶ କରିଥିଲେ ଏହାକୁ ଜେପିସିକୁ ପଠାଇ ଦିଆଯାଉ। ଜେପିସିରେ ସବୁ ଚର୍ଚ୍ଚା ହେବ। ଜେପିସି ରିପୋର୍ଟ ଭିତ୍ତିରେ କ୍ୟାବିନେଟ ଏହାକୁ ପାରିତ କଲେ ବି ଏହା ଉପରେ ଆଉଥରେ ଚର୍ଚ୍ଚା ହେବ। ଆଇନ ମନ୍ତ୍ରୀ କହିଛନ୍ତି, ଏହି ବିଲ୍‌କୁ ଜେପିସିକୁ ପଠାଯିବ। ବିଲରେ ସମ୍ୱିଧାନର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ହୋଇନି। ଇତିହାସ ସୃଷ୍ଟି କରିବାର ବେଳ ଆସିସାରିଛି।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଓ୍ୱାନ୍ ନେସନ- ଓ୍ୱାନ ଇଲେକ୍ସନ ପ୍ୟାନେଲ ପ୍ରାୟ ୨୧ହଜାର ପ୍ରସ୍ତାବ ସାଧାରଣଲୋକଙ୍କଠୁ ପାଇଥିଲା। ଏଥିରୁ ୮୧ ପ୍ରତିଶତ ସପକ୍ଷରେ ମତ ଦେଇଥିଲେ। ସେପଟେ ବିଲ୍ ସପକ୍ଷରେ ୩୨ ରାଜନୀତି ଦଳ ଥିଲା ବେଳେ ବିରୁଦ୍ଧରେ ଥିଲେ ୧୫। ସଂଖ୍ୟା ଗଣିତ ଦେଖିଲେ ଏନଡିଏ ପାଖରେ ଦୁଇ ତୃତୀୟାଂଶ ବହୁମତ ରହିଛି। ତେବେ ଲୋକସଭାରେ ଏହାକୁ ଆଗତ ଆରମ୍ଭରୁ ହିଁ ଏହାକୁ ନେଇ ଭୋଟିଂ ଦାବି କରିଥିଲେ ବିରୋଧୀ। ଶେଷରେ ଭୋଟିଂ ହୋଇଥିଲା।

ସପକ୍ଷରେ ୨୬୯ ଭୋଟ  ପାରତ ହୋଇଥିବା ବେଳେ ୧୯୮ ବିପକ୍ଷରେ  ଭୋଟ୍ ରହିଛି

ମ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଉ। ଏ ସମ୍ପର୍କିତ ବିଲ୍ ଲୋକସଭାରେ ଆଗତ ହୋଇଛି। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ୍ ଏହାକୁ ଆଗତ କରିଛନ୍ତି। ତେବେ ଏହି ବିଲକୁ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କରିଥିଲେ ବିରୋଧୀ ଦଳ। ଏହା ଏକଛତ୍ରବାଦର ପ୍ରତୀକ ବୋଲି ଅଭିହିତ କରିଥିଲେ। ସମ୍ୱିଧାନର ମୂଳ ତତ୍ତ୍ୱକୁ ଏହା ଆଘାତ କରୁଛି। ଏହା ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ସଦୃଶ। ଏହା ଅସାମ୍ୱିଧାନିକ। ଏହି ବିଧେୟକ ଦେଶର ସମସ୍ତ ଆଞ୍ଚଳିକ ଦଳକୁ ସମାପ୍ତ କରିବାକୁ ଷଡ଼ଯନ୍ତ୍ରର ପ୍ଲଟ୍। କେବଳ ଜଣେ ସର୍ବୋଚ୍ଚ ନେତାଙ୍କ ଅହଙ୍କାର ପାଇଁ ଏହାକୁ ସଂସଦରେ ଆଗତ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଭିନ୍ନ ରହିଥାଏ। ରାଜ୍ୟ ବିଧାନସଭା କେନ୍ଦ୍ରର ଅଧୀନରେ ନାହିଁ। ଏହାକୁ ଏକାଠି କରିବା ଉଚିତ ନୁହେଁ। କଂଗ୍ରେସ, ଟିଏମସି, ଡିଏମକେ,ସପା, ଆରଜେଡି, ଏଆଇଏମଆଇଏମ, ସିପିଆଇଏମ, ଏନସିପି ପ୍ରମୁଖ ଦଳ ଏହାର କଡ଼ା ବିରୋଧ କରିଥିଲେ। ଏଭଳି ବିଲ୍ ବଳରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା କ୍ଷମତାକୁ ବଢ଼ାଇ ଦିଆଯାଇଛି। କେବଳ ମନ୍ତ୍ରିମଣ୍ଡଳର ସୁପାରିଶ ରାଷ୍ଟ୍ରପତି ଆଗରୁ ଗ୍ରହଣ କରୁଥିଲେ। କିନ୍ତୁ ଏଣିକି ନିର୍ବାଚନ କମିଶନଙ୍କ ସୁପାରିଶକୁ ବି ରାଷ୍ଟ୍ରପତି ଗ୍ରହଣ କରିବେ ବୋଲି ଯେଉଁ ଅଖଣ୍ଡ କ୍ଷମତା ଦିଆଯାଇଛି, ତାହା ବେଆଇନ ଓ ଅସାମ୍ୱିଧାନିକ। ନିର୍ବାଚନ କମିଶନ କେମିତି କାମ କରେ ସମସ୍ତେ ଜାଣନ୍ତି ବୋଲି ବିରୋଧୀ ଅଙ୍ଗୁଳି ଉଠାଇଛନ୍ତି। ଯଦି ଗୋଟିଏ ରାଜ୍ୟରେ ସରକାର ଭାଙ୍ଗିଯାଏ, ତା ହେଲେ ପୁରା ଦେଶରେ ଏକାସାଙ୍ଗରେ କେମିତି ହେବ ନିର୍ବାଚନ। ପାଣିପାଗ ଦେଖି ତାରିଖ ବଦଳାଉଥିବା ବିଜେପିର ଚକ୍ରାନ୍ତ ବାରି ହୋଇପଡ଼ୁଛି।

ସେପଟେ ବିଲ୍‌କୁ ସମର୍ଥନ କରିଛି ଟିଡିପି, ଜେଡିୟୁ, ଶିବସେନା ପ୍ରମୁଖ ଦଳ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ବି ଇଛା ପ୍ରକାଶ କରିଥିଲେ ଏହାକୁ ଜେପିସିକୁ ପଠାଇ ଦିଆଯାଉ। ଜେପିସିରେ ସବୁ ଚର୍ଚ୍ଚା ହେବ। ଜେପିସି ରିପୋର୍ଟ ଭିତ୍ତିରେ କ୍ୟାବିନେଟ ଏହାକୁ ପାରିତ କଲେ ବି ଏହା ଉପରେ ଆଉଥରେ ଚର୍ଚ୍ଚା ହେବ। ଆଇନ ମନ୍ତ୍ରୀ କହିଛନ୍ତି, ଏହି ବିଲ୍‌କୁ ଜେପିସିକୁ ପଠାଯିବ। ବିଲରେ ସମ୍ୱିଧାନର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ହୋଇନି। ଇତିହାସ ସୃଷ୍ଟି କରିବାର ବେଳ ଆସିସାରିଛି।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଓ୍ୱାନ୍ ନେସନ- ଓ୍ୱାନ ଇଲେକ୍ସନ ପ୍ୟାନେଲ ପ୍ରାୟ ୨୧ହଜାର ପ୍ରସ୍ତାବ ସାଧାରଣଲୋକଙ୍କଠୁ ପାଇଥିଲା। ଏଥିରୁ ୮୧ ପ୍ରତିଶତ ସପକ୍ଷରେ ମତ ଦେଇଥିଲେ। ସେପଟେ ବିଲ୍ ସପକ୍ଷରେ ୩୨ ରାଜନୀତି ଦଳ ଥିଲା ବେଳେ ବିରୁଦ୍ଧରେ ଥିଲେ ୧୫। ସଂଖ୍ୟା ଗଣିତ ଦେଖିଲେ ଏନଡିଏ ପାଖରେ ଦୁଇ ତୃତୀୟାଂଶ ବହୁମତ ରହିଛି। ତେବେ ଲୋକସଭାରେ ଏହାକୁ ଆଗତ ଆରମ୍ଭରୁ ହିଁ ଏହାକୁ ନେଇ ଭୋଟିଂ ଦାବି କରିଥିଲେ ବିରୋଧୀ। ଶେଷରେ ଭୋଟିଂ ହୋଇଥିଲା।

ସପକ୍ଷରେ ୨୬୯ ଭୋଟ  ପାରତ ହୋଇଥିବା ବେଳେ ୧୯୮ ବିପକ୍ଷରେ  ଭୋଟ୍ ରହିଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *