ଅପରାଧ

ଆକ୍ରମଣ, ମୋବାଇଲ୍ ଲୁଟ୍ ମାମଲା : ଅଭିଯୁକ୍ତ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବାପୁଜୀନଗର ପଂଚମ ଗଳିରେ ଗତ ୧ ତାରିଖରେ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ପୁଅ ଠାରୁ ଜଣେ ଦର୍ବୃତ ମୋବାଇଲ୍ ଛଡାଇ ଫେରାର୍ ହୋଇଥିବା ନେଇ ଏକ ମାମଲା ଥାନାରେ ରୁଜ୍ଜୁ ହୋଇଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବ୍ରହ୍ମପୁର ଗେଟ୍ ବଜାର ରେଡ୍ଡି ଗ୍ୟାରେଜ୍ ଛକ ନିକଟ ରାଧାକୃଷ୍ଣ ସାହିର ସାଗର ମହାରଣା (୨୫) । ତା ଠାରୁ ପୋଲିସ ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍ ସହ ବୈଦ୍ୟନାଥପୁର ଥାନା ଏବଂ ଗୋପାଳପୁର ଥାନା ଅଂଚଳରେ ହୋଇଥିବା ଦୁଇଟି ଚୋରା ବାଇକ୍ କୁ ମଧ୍ୟ ଜବତ କରିଛି । ଆଜି ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି ।

Related Articles

Leave a Reply

Your email address will not be published.

Back to top button