ବିଦ୍ୟାଳୟରୁ ସ୍ମାର୍ଟ ବୋର୍ଡ ଓ ଟିଭି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ।ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅର୍ନ୍ତଗତ ଲୁତୁରପଙ୍କ ୟୁପି ସ୍କୁଲରେ । ଚୋରି ହୋଇଥିବା ଅଭିଯୋଗ କରାଯାଇଛି । ଗତ ରାତିରେ ଚୋରମାନେ ସ୍କୁଲର ପଛ ପଟ ଗେଟରୁ ଭିତରକୁ ପ୍ରବେଶ କରି ସ୍କୁଲର ନେତାଜୀ କକ୍ଷର ତାଲା ଭାଙ୍ଗି ପ୍ରବେଶ କରିଥିଲେ। ସ୍କୁଲରେ ଲାଗିଥିବା ସ୍ମାର୍ଟ ବୋର୍ଡ ଓ ଏକ ଟେଲି ଭିଜନ କୁ ନେଇଯାଇ ଥିଲେ । ଏହା ସହିତ ଉଦ୍ଦେଶ୍ୟ ମୂଳକ ଭାବେ ସ୍କୁଲ ର କାନ୍ଥ ରେ ଅସଭ୍ୟ ଭାଷା ରେ ମଧ୍ୟ କିଛି ଶବ୍ଦ ଲେଖିଛନ୍ତି। ସକାଳୁ କେତେକ ପିଲା ଗେଟ ଖୋଲା ଥିବା ସହ ତାଲା ଭଙ୍ଗା ଯାଇଥିବା ଦେଖି ସେମାନଙ୍କ ଅଭିଭାବକ ଙ୍କୁ ସୂଚନା ଦେଇଥିଲେ । ଖବର ପାଇ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟ ସ୍କୁଲ କୁ ଯାଇ ଦେଖି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର ଦିଆ ଯାଇଥିଲା । ପ୍ରଧାନ ଶିକ୍ଷକ ସ୍କୁଲ କୁ ଯାଇ ସ୍ଥିତି ନିରୀକ୍ଷଣ କରି ସ୍ମାର୍ଟ ବୋର୍ଡ ଓ ଟେଲି ଭିଜନ ଚୋରି ହୋଇଥିବା ନେଇ ସୁବଳୟା ଥାନା ରେ ଅଭିଯୋଗ କରିଥିଲେ । ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସଂଧାନ କରୁଛି। ତେବେ ଚୋରି ହୋଇଥିବା ଜିନିଷ ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now